Odia News Portal

ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୦ ଯାତ୍ରୀ ଆହତ

ବଲାଙ୍ଗୀର ଜିଲ୍ଲା ଲୁଇସିଂହା ଅଞ୍ଚଳର କେତେକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଡ଼ି ୦ ୩ ଜି ୮୦୭୧ ନମ୍ବର ବିଶିଷ୍ଟ ‘ଚକାଡୋଳା’ ନାମକ ଏକ ଘରୋଇ ବସରେ ପୁରୀ ଅଭିମୁଖେ ଅସୁଥିଲେ। ସେମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଠାରେ ଯାଉଥିବା ବେଳେ ରାତି ପ୍ରାୟ ୪ଟା ବେଳେ ବସଟି ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ରାସ୍ତାକଡ଼ରେ ଥିବା ଏକ କେବିନ୍‌ ଦୋକାନ ଉପରେ ବସ୍‌ଟି ଚଢ଼ିଯାଇଥିଲା। ଏହି ଦୁର୍ଘଟଣରେ ବସର ଆଗପଟେ ବସିଥିବା ୧୦ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି।