Odia News Portal

ବଲାଙ୍ଗିର ପୋଲିସକୁ ବଡ ସଫଳତା

ବଲାଙ୍ଗିର:  ବଲାଙ୍ଗିର ପୋଲିସକୁ  ବଡ  ସଫଳତା ।  ପୋଲିସକୁ ନାକେଦମ କରିଥିବା  ଲୁଟେରା  ଗ୍ୟାଙ୍ଗକୁ  ଠାବ  କରିବା  ସହ  କିଙ୍ଗପିନ୍   ସହ  ଆଠ  ଜଣଙ୍କୁ ଗିରଫ  କରିଛି । ଲୁଟେରାଙ୍କଠାରୁ ବାଇକ, ଦେଶୀ ପିସ୍ତଲ, ନଗଦ  ଟଙ୍କା  ସମେତ  ବହୁ ମୋବାଇଲ  ଜବତ  ହୋଇଛି ।  ଚକମା  ଦେଇ ଫେରାର ମାରୁଥିବା  ଏହି   ଗ୍ୟାଙ୍ଗ  ଉପରୁ  ପରଦା  ହଟାଇବାରେ  ସଫଳ  ହୋଇଛି  ପୋଲିସ । ଗୁଳି  ଫୁଟାଇ  ଲୁଟ କରି  ଫେରାର  ମାରୁଥିଲେ   ଏହି  ଲୁଟେରାମାନେ । କେତେବଳେ  ଏମାନଙ୍କ ଶିକାର  ହେଉଥିଲେ ମଦଭାଟି  କର୍ମଚାରୀ  ତ  ଆଉ  କେତେବେଳେ  ବ୍ୟାଙ୍କ  ।