Odia News Portal

ଓଡ଼ିଶା କିନ୍ନର ମହାସଂଘର ବୈଠକ : ଗଠନ ହେଲା ୧୮ ଜଣିଆ କମିଟି

ଭୁବନେଶ୍ୱର: ( ଚକ୍ରଧର ମାଝି )  କେଶରୀ ହୋଟେଲରେ କିନ୍ନର ମହାସଂଘର ଏକ ସଭା ଆୟୋଜନ କରାଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉଦ୍ଦ୍ୱର୍ କିନ୍ନର ଯୋଗ ଦେଇଥିଲେ। କିନ୍ନର ମାନଙ୍କ ମଧ୍ୟରେ ଚାଲିଥିବା କଳହକୁ ଏହି ସଭା ଦ୍ୱାରା ଦୂର କରାଯାଇଥିଲା। ଆଗାମୀ ଦିନରେ କିନ୍ନର ମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାବ୍ୟତୀତ ଏହି ସଭାରେ ଏକ ୧୮ଜଣିଆ କମିଟି ଗଠନ କରାଯାଇଛି। ଯେଉଁ କମିଟି କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବ। ସମସ୍ତଙ୍କ ସମ୍ମତି କ୍ରମେ ସଭାପତି ମୀରା ପରିଡା, କ୍ୟାର୍ଯ୍ୟରତ ସଭାପତି ଭାବେ ନମିତା ପରିଡା, ଉପସଭାପତି ସ୍ୱିଟି କିନ୍ନର, ସଚିବ ସାଧନା ମଶ୍ର, କାର୍ଯ୍ୟରତ ସଚିବ ମେଘନା ସାହୁ ଗଠନ କରାଯାଇଛି। ଏହାସହ ରାଜ୍ୟର ବିଭନ୍ନ ଆଞ୍ଚଳିକ ସ୍ତରରେ ଏକ ୭ଜଣିଆ ଟିମ ଗଠନ କରାଯାଇଛି। ସଭା ଶେଷରେ ସ୍ୱିଟି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ।