Odia News Portal

ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କଲେ ୨ ଓଡ଼ିଆ

ଭୁବନେଶ୍ୱର ( ଚକ୍ରଧର ମାଝି ) : ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ସଫଳ ହୋଇଛନ୍ତି ଦୁଇ ଜଣ ଓଡ଼ିଆ। ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା କିଲିମାଞ୍ଜାରୋ ଶୃଙ୍ଗର ଉଚ୍ଚତା ୫ ହଜାର ୮୯୫ ମିଟର୍ ହେବ। କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକ କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ସଫଳତାର ସହ ଏହାକୁ ଚଢ଼ି ଭାରତୀୟ ଜାତୀୟ ପତାକା ଉଡ଼ାଇଥିଲେ। ତାଙ୍କର ଏହି ଅଭିଯାନ ଜାନୁଆରୀ ୨୧ରୁ ଆରମ୍ଭ ହୋଇ ୨୬ ତାରିଖରେ ସରିଥିଲା। ଏହି ଆନ୍ତର୍ଜାତିକ ପର୍ବତାରୋହୀ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।