Odia News Portal

ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ମାଲକାନଗିରି : ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି RAC-6 ଓ RAC-9 ଗାଁ ସ୍କୁଲରେ ପାଠ ପଢାଇଥିଲେ। ଛାତ୍ରଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହ ନିଜେ ପିଲାଙ୍କୁ ପଢାଇଥିଲେ । ପିଲାମାନେ ମଧ୍ୟ ଆଗ୍ରହର ସହ ଜିଲ୍ଲାପାଳଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ ଜିଲ୍ଲାପାଳ । ସ୍କୁଲର ପାରିପାର୍ଶ୍ୱିକ ଅବସ୍ଥା ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ରହିଥିଲେ।