Odia News Portal

ରାଜଧାନୀରେ ମଣିଷ କଙ୍କାଳ ଠାବ

ଭୁବନେଶ୍ୱର : ରାଜଧାନୀରେ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି  । ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଚିତ ଆଇଆରସି ଭିଲେଜ ଅଂଚଳରେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି ।

ଆଜି ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ଏକ ପଲିଥିନରେ କଙ୍କାଳ ଓ ହାଡ ବନ୍ଧା ହୋଇ ରହିଥିବା ଜଣାପଡିଛି । ତେବେ ଏହି କଙ୍କାଳ କାହାର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିବା ସହ ଏହି କଙ୍କାଳକୁ ଜବତ କରିଛନ୍ତି । ରାଜଧାନୀରେ ଏକ ବ୍ୟସ୍ତ ବହୁଲ ଅଂଚଳ ଭାବେ ପରିଚିତ ଆଇଆରସି ଭିଲେଜରେ ଏହି କଙ୍କାଳ କୁଆଡୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି ।