Odia News Portal

ଶ୍ରୀକ୍ଷେତ୍ର ମହୋତ୍ସବ ଡିସେମ୍ବର ୧୬ରୁ ଆରମ୍ଭ

ପୁରୀ : ଡିସେମ୍ବର ୧୬ ତାରିଖରୁ ଶରଧାବାଲିରେ ଆରମ୍ଭ ହେବ ଶ୍ରୀକ୍ଷେତ୍ର ମହୋତ୍ସବ । ମୁକ୍ତାକାଶ ରଙ୍ଗ ମଞ୍ଚରେ ହେବାକୁ ଥିବା ଶ୍ରୀକ୍ଷେତ୍ର ମହୋତ୍ସବ ୫ଦିନ ଧରି ଚାଲିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଏହି ମହୋତ୍ସବରେ ଜିଲ୍ଲାର ୮ଟି ସାହି ଅଶଂଗ୍ରହଣ କରିବେ । ଚଳିତ ବର୍ଷ ପ୍ରତି ଅଖଡାକୁ ୧୭ହଜାର ୫ଶହ ଟଙ୍କା ସହାୟତା କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଦିଆଯାଇଛି । ଜିଲା ସଂସ୍କୃତି ବିଭାଗ ଓ କୋଲକତାରୁ ବିଭିନ୍ନ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ । ଛଉ,ସମ୍ବଲପୁରୀ, ଓଡିଶୀ, ଦୁଲଦୁଲି, ବିହୁ ପ୍ରଭୃତି ନୃତ୍ୟ ପରିବେଷଣ ହେବ। ସହ ୫୦ଟି ଷ୍ଟଲ ବିଭିନ୍ନ ପୁସ୍ତକ ବିକ୍ରି ହେବ ।

ଏନେଇ ବୈଠକରେ ସୂଚନା ଦିଆଯାଇଛି ।ଆୟୋଜିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।