Odia News Portal

ବ୍ରହ୍ମାକୁମାରୀଜ୍ ଦ୍ୱାରା ବ୍ୟସନ (ନିଶା) ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପଟିଆ ସେବା କେନ୍ଦ୍ର ଦ୍ୱାରା ସ୍ଥାନୀୟ ଜୟଦେବ ଶିକ୍ଷା କେନ୍ଦ୍ର, ପଟିଆ ଉଚ୍ଚ ବିଦ୍ୟାଳୟ, ପଟିଆ ରାଜା ମଧୁସୂଦନ ମହାବିଦ୍ୟାଳୟରେ ମୋ ଭାରତ ବ୍ୟସନ (ନିଶା) ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ବ୍ୟସନ (ନିଶା) ମୁକ୍ତି ଅଭିଯାନରେ ସ୍ପାର୍କ ୱିଙ୍ଗ୍ ସଦସ୍ୟ ବ୍ରହ୍ମାକୁମାର ରାଜୀବ ଧାବନ ଭାଇ ବକ୍ତବ୍ୟ ପ୍ରଦାନ କରି, କହିଥିଲେ ମୋ ଭାରତକୁ ସୁସ୍ଥ ଭାରତ କରିବାକୁ ହେଲେ ପ୍ରଥମେ ବ୍ୟସନ (ନିଶା) ମୁକ୍ତ ଭାରତ ଗଠନ କରିବାକୁ ହେବ ।

ରାଜଯୋଗ ଅଭ୍ୟାସ ଏବଂ ଆଧ୍ୟାତ୍ମିକ ଜୀବନ ଶୈଳୀ ଦ୍ୱାରା ଜଣେ ଶତ ପ୍ରତିଶତ ନିଶା ମୁକ୍ତ ହୋଇପାରିବ । ରାଜଯୋଗ ଜୀବନ ଶୈଳୀ ଆଧ୍ୟାତ୍ମିକ ଶିକ୍ଷା ସହ ସକ୍ରିୟ ଯୁବାବସ୍ଥା ଓ କିଶୋରବସ୍ଥା ଭାଗୀଦାରି ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଆମ ସହର ବ୍ୟସନ (ନିଶା) ମୁକ୍ତ ସହର ଗଢ଼ିବା ପାଇଁ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ଶପଥ କରାଯାଇଥିଲା । ଏଲ୍ସିଡ୍ ପ୍ରୋଜେକ୍ଟର ଭିଡିଓ ମାଧ୍ୟମରେ ସମାଜର ପ୍ରତି ବର୍ଗର ଲୋକମାନଙ୍କୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ଚିନ୍ତନ ସଚେତନତା କରାଯାଇଥିଲା ।

ଶେଷରେ ପଟିଆ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୋଲାପ ଭଉଣୀ ନିଜସ୍ୱ ବକ୍ତବ୍ୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ୟସନ (ନିଶା) ମୁକ୍ତି ସଚେତନତା ସୃଷ୍ଟି କରାଇଥିଲେ । ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଜୀବନଶୈଳୀ ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପରିବାରକୁ ଆନନ୍ଦମୟ ଜୀବନଶୈଳୀ ଗଢ଼ିବା ପାଇଁ ଦୃଢ଼ ସଂକଳ୍ପ କରାଯାଇଥିଲା