Odia News Portal

ମା’ଙ୍କ ପୀଠରେ ୫-ଟି ସଚିବ

ଭୁବନେଶ୍ବର :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା  ପର୍ଯ୍ୟଟନ, ଆଧ୍ୟାତ୍ମିକ ତଥା ଐତିହ୍ୟସ୍ଥଳୀ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି, ଆଉ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ । ଏହି ଆଧାରରେ ସରକାରଙ୍କ ପକ୍ଷରୁ  ମିଶନ ମୋଡ଼ରେ କାମା ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଅନୁରୂପ କେମିତି ସମସ୍ତ ବିକାଶ ମୂଳକ କାର୍ଯ୍ୟ ସୁଚାରୁ ଢଙ୍ଗରେ ରୁପାୟନ ହେବ ତାହାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିୟାନ

ପୁରୀରୁ ଶ୍ରୀ ଗଣେଶ ହୋଇଥିବା ଏହି ମିଶନ ଏବେ ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର , ଐତିହ୍ୟ ସହର କଟକ , ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ପରେ ଏବେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ ସ୍ଥଳୀ ମା ତାରା ତାରିଣୀ ପୀଠ ମୁହାଁ । ଆଉ ସକାଳୁ ସକାଳୁ ମାଙ୍କ ପୀଠରେ ପହଂଚି ମାଙ୍କ ଆଶୀର୍ବାଦ ନେବା ସହ ପୀଠର ବିକାଶ ନକ୍ସା ନେଇ ସମୀକ୍ଷା କରିଛନ୍ତି ୫ ଟି ସଚିବ ଶ୍ରୀ ପାଣ୍ଡିୟାନ

ମାଙ୍କ ପୀଠର ବିକାଶ ପାଇଁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସକାଶେ କଣ କଣ ଭିତ୍ତିଭୂମି ଲୋଡ଼ା ତାରି ଉପରେ ଆଲୋଚନା କରିଛନ୍ତି ଶ୍ରୀ ପାଣ୍ଡିୟାନ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାନଗେଙ୍କ ସହ ସେଠାରେ କି କି ଭିତ୍ତିଭୁମି ଓ ସୁବିଧା ସୁଯୋଗ ରହିଛି ସେ ବିଷୟରେ ଆଲୋଚନା କରିବା ସହ ଆଉ କଣ କଣ କରାଯିବା ଆବଶ୍ୟକ ସେ ବିଷୟରେ ବିଷଦ ଆଲୋଚନା କରିଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମନ୍ଦିରର ପୂଜକ ମାନଙ୍କ ସହ ଶ୍ରୀ ପାଣ୍ଡିୟାନ ମଧ୍ୟ କିଛି ସମୟ ଆଲୋଚନା କରିଥିଲେ ମନ୍ଦିର ବିଷୟରେ । ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଥିବା ବେଳେ ଏହି ପୀଠର ବିକାଶ ପାଇଁ ପଦକ୍ଷେପ ନେଇଥିବା ବେଳେ ଆଗାମୀ ଦିନରେ ତାଙ୍କରି ତତ୍ତ୍ୱାବଧାନରେ ଏହି ପୀଠ ନୂଆ ସ୍ୱରୂପ ପାରିବ ଓ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଆଶା କାରାଯାଉଛି