Odia News Portal

ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ୍‌ ମିଡିଆରେ ଅପପ୍ରଚାର : ୪ ଗିରଫ

କେନ୍ଦ୍ରାପଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ ।

ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ । ସେମାନେ ହେଲେ ଶିବାଶିଷ ମହାନ୍ତି, ନିରଞ୍ଜନ ପରିଡ଼ା, ଧ୍ରୁତିରଞ୍ଜନ ବାରିକ ଓ ପ୍ରଫୁଲ୍ଲ ଦାସ ।