Odia News Portal

କରୋନା ପାଣ୍ଠିକୁ ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅବା କୋଭିଡ ୧୯ ଫଣ୍ଡକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୦ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ଏବେ ସରା ଦେଶ ପାଇଁ ବିପର୍ଯୟ ଆଣିଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ  ଦାନ କରିବାକୁ ଅପିଲ କରିଥିଲେ।  ଦଳୀୟ ଭାବନାକୁ ଭୁଲି ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।ନିରଞ୍ଜନ ନିଜେ ଦାନ କରିବା ସହିତ ଅନ୍ୟ ନେତା ମାନଙ୍କୁ ମଧ୍ୟ ଦାନ କରିବାକୁ  ପରାମର୍ଶ ଦେଇଛନ୍ତି।