Odia News Portal

ପେଟ୍ରୋଲ ପମ୍ପରେ ଖୋଲା ରହିବ ଟାୟାର ମରାମତି ଦୋକାନ

ଭୁବନେଶ୍ୱର  : ବର୍ତ୍ତମାନ ଲକ୍‌ଡାଉନ୍‌ର ସମସ୍ୟା ନେଇ ଆମେ କିଛି ସମୟ ପୂର୍ବରୁ ଏକ ଖବର ପ୍ରକାଶ କରିଥିଲୁ। ଯେଉଁଥିରେ ଗ୍ୟାରେଜ୍‌ ଓ ଟାୟାର ମରାମତି ଦୋକନର ଆବଶ୍ୟକତା କଥା ଜଣାଇଥିଲୁ । ସମ୍ଭବତଃ ଏହି ସମସ୍ୟାକୁ ପୋଲିସ୍‌ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ହୃଦୟଙ୍ଗମ କରି ସାରିଥିଲେ । ତେଣୁ ଟ୍ଵିଟ୍‌ କରି ଜଣାଇଛନ୍ତି ଯେ ଜରୁରୀ ସେବାରେ ଲାଗିଥିବା ଯାନବାହନଗୁଡ଼ିକର ମରାମତି ପାଇଁ ସମସ୍ତ ପେଟ୍ରୋଲ ପମ୍ପରେ ଟାୟାର ମରାମତି ଦୋକାନ ଖୋଲା ରହିବ । କମିଶନର୍‌ଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ତେବେ ଟ୍ଵିନ୍‌ ସିଟି ଭଳି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବା ଜରୁରୀ । କାରଣ ପ୍ରତି ଜିଲ୍ଲାରେ ମଧ୍ୟ ଜରୁରୀ ସେବା ପାଇଁ ଏଭଳି ସମସ୍ୟାର ସାମନା କରିବାକୁ ପଡୁଥିବ ।