Odia News Portal

ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ !

କଟକ : ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ ଖେଳିଯାଇଛି । ଦୁଇ ଦିନ ତଳେ ଜଣେ ମହିଳା ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଆଜି ଜଣେ ଡାକ୍ତରଙ୍କ ସମେତ ଆଉ ୩ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ନମୁନା ପରୀକ୍ଷାରୁ ସ୍ୱାଇନ୍‌ ଫ୍ଲୁ ପଜିଟିଭ୍‌ ଥିବା ଜଣାଯାଇଛି । ଯାହାଫଳରେ ଏସ୍‌ସିବିରେ କରୋନା ସାଙ୍ଗକୁ ସ୍ୱାଇନ୍‌ ଫ୍ଲୁ ଏବେ ବୋଝ ପାଲଟିଛି ।

ଏସ୍‌ସିବି କର୍ତ୍ତୃପକ୍ଷ ଏକାସାଙ୍ଗରେ କରୋନା ଓ ସ୍ୱାଇନ୍‌ ଫ୍ଲୁ ମୁକାବିଲା ନେଇ ଅଡୁଆରେ ପଡିଯାଇଛନ୍ତି । ଉଭୟ ସଂକ୍ରାମକ ରୋଗ । ଅନ୍ୟପଟେ ପିପିଇ ସମେତ ମାସ୍କର ଅଭାବ ଥିବାରୁ ଏହି ଦୁଇଟି ଭୂତାଣୁ ଜନିତ ସଂକ୍ରାମକ ରୋଗକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଏସ୍‌ସିବି ଡାକ୍ତର ଆଉ କର୍ମଚାରୀ ।