Odia News Portal

ଆମ୍ବୁଲାନ୍ସ ଅପବ୍ୟବହାରକାରୀ ଗିରଫ ହେବେ

ଭୁବନେଶ୍ୱର : ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର କିଛି ଜାଗାରେ ଜରୁରୀ କାଳୀନ ସେବା ପାଇଁ ଥିବା ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବା ନଜରକୁ ଆସିଛି ।

ଆଗକୁ ଏଭଳି କିଛି ଘଟିଲେ ଆମ୍ବୁଲାନ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ କଠୋର ଦଣ୍ଡ ଦିଆଯିବ । ଗାଡ଼ି ମଧ୍ୟ ଜବତ କରାଯିବ । ସେହିଭଳି ଲୋକେ ମଧ୍ୟ ଏ ନେଇ ସଚେତନ ରହିବାକୁ କୁହାଯାଇଛି ।