Odia News Portal

ସବୁ ଜିଲ୍ଲାରେ ଖୋଲିବ କୋଭିଡ୍-୧୯ ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ COVID-19 ହସ୍‌ପିଟାଲ୍‌ ଖୋଲିବ । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ହସ୍‌ପିଟାଲ୍‌ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘୋଷଣା କରିଛନ୍ତି ।

ତେବେ ସେହିପରି କଟକ ଏସ୍‌ସିବିରେ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ । ଏହି ରକ୍ତ ନମୁନା ପରୀକ୍ଷା ପାଇଁ  ICMR ଅନୁମତି ଦେଇଛନ୍ତି । ସେପଟେ ବ୍ରହ୍ମପୁର ବଡ ମେଡିକାଲ ଓ ବୁର୍ଲାରେ କରୋନା ରକ୍ତ ନମୁନା ପରୀକ୍ଷା ପାଇଁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।