Odia News Portal

ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର : କରୋନା ଭାଇରସ୍‌ ଲକ୍‌ ଡାଉନ୍‌ ଯୋଗୁଁ ସ୍କୁଲ୍‌ ବନ୍ଦ ରହିଛି । ପିଲାଙ୍କ ପାଠ ପଢାରେ ସମସ୍ୟା ହୋଇଛି । ଏଣୁ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରଥମରୁ ୮ମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଉତ୍ତୀର୍ଣ୍ଣ କରାଯିବ ।  ଏନେଇ ଆଜି ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ।

ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ୱର  ଆଧାରରେ ପିଲାଙ୍କର ଏହି ପାସ୍ ବ୍ୟବସ୍ଥା କରାଯିବ । କରୋନା ସ୍ଥିତି ପାଇଁ ସବୁ ପିଲାଙ୍କୁ ପାସ୍‌ କରାଯିବ । କରୋନା ପାଇଁ ବନ୍ଦ ଥିବା ବାର୍ଷିକ ପରୀକ୍ଷା ଆଉ ହେବନାହିଁ ବୋଲି ରାଜ୍ୟ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି ।