Odia News Portal

ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା

ଭୁବନେଶ୍ବର : ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । ଫଳରେ ଟାଟା ଏସି ଟି ଓଲଟି ପଡିଥିଲା ।ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ଯପଟେ ଟାଟା ଏସି ଡ୍ରାଇଭର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ତେବେ ସୂଚନା ଥାଉକି ଗତ କିଛି ଦିନ ହେବ ଲକ୍ ଡାଉନ୍ ଫଳରେ ସଡ଼କ ଦୁର୍ଘଟଣାର ହାର କିଛି ମାତ୍ରା କମିଛି । କିନ୍ତୁ ପ୍ରବାସୀ ଶ୍ରମିକ ଫେରୁଥିବାବେଳେ ସେମାନଙ୍କ ସହିତ ଘଟୁଥିବାରେ ଦୁର୍ଘଟଣା ସମସ୍ତଙ୍କୁ ଗଭୀର ଭାବେ ଆଘାତ ପହଁଚାଇଛି ।