Odia News Portal

ସୁବର୍ଣ୍ଣପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ସୋନପୁର ବ୍ଲକ୍‌ର ଏବଂ ଅନ୍ୟ ଦୁଇଜଣ ତରଭା ଓ ଡୁଙ୍ଗୁରିପାଲୀର । ତେବେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତ କରାଯାଇଛି ।