Odia News Portal

ଜୁନ ମାସ ଶେଷ ସପ୍ତାହରେ ଫେରିବେ ଜଗାକାଳିଆ

ଅତିଶୀଘ୍ର ଓଡିଶା ଫେରିବେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି । ଦୁହେଁ ସୁସ୍ଥ ଅଛନ୍ତି । ତେବେ ସେମାନଙ୍କୁ ଆଉ କୌଣସୀ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନଥିବା ଦିଲ୍ଲୀ ଏମସର ଡାକ୍ତର କହିଛନ୍ତି ।

ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଛି । କନ୍ଧମାଳର ଏହି ଦୁଇ ଭାଇଙ୍କ ଅସ୍ତ୍ରୋପଚାର ସାରା ବିଶ୍ୱରେ ବିରଳ ଥିଲା । ଏହା ମେଡିକାଲ ସାଇନ୍ସ ପାଇଁ ମଧ୍ୟ ଚ୍ୟାଲେଂଜ ସୃଷ୍ଟି କରିଥିଲା । ଅସ୍ତ୍ରୋପଚାର ସଫଳ ହୋଇ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ବର୍ତମାନ ଉଭୟ ଶିଶୁ ସୁସ୍ଥ ଅଛନ୍ତି । ଜଗାକୁ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ବଳିଆ ମଧ୍ୟ ପାଟିରେ ଖାଦ୍ୟ ଖାଉଛି । ତେବେ ଆସନ୍ତା ଜୁନ ମାସ ଶେଷ ସପ୍ତାହରେ ଏହି ଶିଶୁଙ୍କୁ ଓଡିଶା ଅଣାଯିବ । ତେବେ ଏମସର ଜଣେ ଡାକ୍ତର ଏବଂ ନର୍ସଙ୍କ ଦାୟିତ୍ୱରେ ଜଗାକାଳିଆଙ୍କୁ ବିମାନରେ ଓଡିଶା ଅଣାଯିବ ବୋଲି ଜଣାପଡିଛି ।