Odia News Portal

ପଣସ ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ ବେପାର

ବାଲିଗୁଡା : ଗଞ୍ଜେଇ କାରବାର ନେଇ ନୂଆ ତରିକା ଖୋଜି ବାହାର କରିଛନ୍ତି ଚୋରାଚାଲାଣ କାରୀ । ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରି ନେଇ ଯାଉଥିବା ନେଇ ଖବର ପାଇବା ପରେ କନ୍ଧମାଳ ଖରିଆରର ତୁମୁଡିବନ୍ଧ ପୋଲିସ ଚଢ଼ାଉ କରିଥିଲେ । ତନାଘନା ପରେ ତୁମୁଡିବନ୍ଧ ଥାନା ଡ଼ଡଙ୍ଗ ଅଂଚଳ ନିକଟରୁ ଏକ ପଣସ ବୋଝେଇ ଟାଟା ମ୍ୟାଜିକ ଗାଡ଼ିରୁ ୭୩ କେଜି ଗଂଜେଇ ଜବତ କରିଛନ୍ତି ସ୍ଥାନୀୟ ପୋଲିସ । ବାଲିଗୁଡ଼ାରୁ ଖରିଆଲ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ତୁମୁଡିବନ୍ଧ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ ।

ଘଟଣାସ୍ଥଳରୁ ପଣସ ବୋଝେଇ ଗାଡି ଓ ଏକ ବାଇକ ଜବତ କରିବା ସହ ଚାରି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । ଗିରଫ ହୋଇଥିବା ଚାରିଜଣ ହେଲେ ବାଲିଗୁଡା ଥାନା ଅଂଚଳର ନାଜିଙ୍ଗା ମାଲିକ, ପିଟାରା ଦିଗଲ ଓ ଖରିଆର ଥାନା ଅଂଚଳର ବୈଦ୍ୟ ବାଗ ଓ ଜୟ ବାଗ । କହିରଖିବା ଉଚିତ ହେବକି, ଏବେ ଦେଶ ବ୍ୟାପି ଲକ ଡାଉନ ସ୍ଥିତି ଜାରି ହୋଇଥିବା ବେଳେ ଦୁବୃତ୍ତ ମାନେ ଚାଲାଣର ନୂଆ ନୂଆ ତରିକା ଖୋଜି ବାହାର କରିଛନ୍ତି । ଏବେ କିଛି ଦିନ ତଳେ ବାଲେଶ୍ୱରର ଏକ ଅଂଚଳରୁ ମାଛ ପାଟି ଭିତରେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଧରା ପଡ଼ିଥିଲେ ।