Odia News Portal

ସମର୍ପିତ ଓଡିଶା ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା : ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାରର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସାମାଜିକ ଗଣମାଧ୍ୟମ ରୁ ଜାଣିବା ପରେ ଭୁବନେଶ୍ୱରରୁ ସମର୍ପିତ ଓଡିଶାର ସଦସ୍ୟ ସଦସ୍ୟା ମାନେ ଅଗ୍ନି ବିପନ୍ନ ପରିବାର ନିକଟରେ ଚାଉଳ, ଡାଲି, ଚୁଡା, ରାସନ ସାମଗ୍ରୀ ସହ ନୂତନ ବସ୍ତ୍ର ଓ କିଛି ଆର୍ଥିକ ସହାୟତା ନେଇ ପହଞ୍ଚିଥିଲେ ଓ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ।

ଏହି ଟିମରେ ସମର୍ପିତର ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସମର୍ପିତ ର ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ ଓ ସଦସ୍ୟ ଚନ୍ଦନ, କୃତିଦୀପ୍ତ ପରିଡା, ସାଇ ଶୁଭମ, ରାଜେଶ ପରିଡା କେନ୍ଦ୍ରାପଡା ଯାଇଥିଲେ। ଭୁବନେଶ୍ୱରରୁ ସର୍ବ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାରେ ସହାୟତା ନେଇ ପହଞ୍ଚାଇ ଥିବାରୁ ପୂର୍ବତନ ସରପଂଚଙ୍କ ସମେତ ସ୍ଥାନୀୟ ଜନସାଧାରଣ ସମର୍ପିତର ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।