Odia News Portal

ସାନଖେମୁଣ୍ଡିରୁ ବଜ୍ରକାପ୍ତା ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମାରୀରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ। ସୂଚନା ମୁତାବକ ଗାଁର ଏକ କୂଅରେ ବଜ୍ରକାପ୍ତା ଦେଖିବାପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏହି ବିରଳ ପ୍ରାଣୀ ବଜ୍ରକାପ୍ତାକୁ କୂଅରୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ପୋଡାମାରି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ସେଠାରେ ଫରେଷ୍ଟରଙ୍କ ସମେତ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ।