Odia News Portal

ମାଓ କ୍ୟାମ୍ପରେ ଚଢାଉ : ବିପୁଳ ପରିମାଣର ମାଓ ସାମଗ୍ରୀ ଜଵତ

ଦିର୍ଘଦିନର ବ୍ୟବଧାନ ପରେ ବୈପାରୀଗୁଡା ବିଏସଏଫ ଓ ପୋଲିସକୁ  ମିଳିଛି  ସଫଳତା । ଗତକାଲି ବିଳମ୍ବିତ ରାତିରେ ବୈପାରିଗୁଡା କେଳୁଗୁଡା ଅଞ୍ଚଳରେ ପୋଲିସ ଓ ବିଏସଏଫ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରିଛନ୍ତି ।  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୧୫୧ ବାଟାଲିଆନ ଓ ବୈପାରିଗୁଡା ପୋଲିସ କେଳୁଗୁଡା ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣରେ ବିସ୍ଫୋରକ ନକ୍ସଲ ବ୍ୟବହୃତ ସାମଗ୍ରୀ, ଡେଟୋନେଟର, ୱାକିଟକି, ବମ ପ୍ରସ୍ତୁତ ସାମଗ୍ରୀ ଓ ମାଓ ପୁସ୍ତିକା ଜବତ କରିଛନ୍ତି  । ଏହି ଚଢାଉର ନେତୃତ୍ୱ ନେଇଥିଲେ ବିଏସଏଫ କମାଣ୍ଡୋ ଅଜୟ ନାଏକ ଓ ବୈପାରିଗୁଡା ଥାନା ଅଧିକାରୀ ଡିଏସପି ଅଂଶୁମାନ ଦ୍ବୀବେଦୀ।