Odia News Portal

ଭିଜିଲାନ୍ସ ଜାଲରେ ରାଧାମୋହନ ବେହେରା

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫୁଲବାଣୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରାଧାମୋହନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଧାମୋହନଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ଫୁଲବାଣୀ ସ୍ଥିତ ବାସଭବନ, ବ୍ରହ୍ମପୁର ସ୍ଥିତ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି ।