Odia News Portal

ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ

ଭୁବନେଶ୍ବର : ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରୁଛନ୍ତି। ବୈଠକରେ ବିଶେଷ କରି ମଡେଲ ସିଲାବସ ଲାଗୁ ଓ ଏକକ ପରୀକ୍ଷା ବ୍ୟବସ୍ଥା ନେଇ ବିଚାରବିମର୍ଶ କରାଯାଉଥିବା ସୂଚନା ମିଳିଛି।

କଲେଜ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଖାଲି ପଡ଼ିଥିବା ଅଧ୍ୟାପିକ ଓ ଅଧ୍ୟାପିକାଙ୍କ ପଦବୀ ପୂରଣ ଉପରେ ବି ଆଲୋଚନା କରାଯାଉଛି। ଶିକ୍ଷା ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ ଓ ସରଳିକରଣ କରାଯିବ, ସେନେଇ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ମତାମତ ନିଆଯାଉଛି। ସେହିପରି ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଯେଉଁଭଳି ଦୈନିକ ୮ ଘଣ୍ଟା ଡ୍ୟୁଟି କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।

ଏହାଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିବ। ଏହା ବ୍ୟତୀତ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶକୁ କିଭଳି ରୋକାଯିବ ତାଉପରେ ବି ଆଲୋଚନା କରାଯାଉଛି ।