Odia News Portal

ଦେଖନ୍ତୁ କଣ କହୁଛି ଏହି ସୂଚନା ଫଳକ

ଭୁବନେଶ୍ୱର  : ଭୁବନେଶ୍ୱର-ପୁରୀ ରାସ୍ତାରେ ଗଲା ବେଳେ ପଡ଼େ ପଟନାୟିକିଆ ଛକ । ଏଇ ଛକରୁ ଖୋର୍ଦ୍ଧା ଓ ଡେଲାଙ୍ଗକୁ ଯିବା ଲାଗି ରାସ୍ତା ରହିଛି । ତେବେ ସରକାରୀ ସୂଚନା ଅନୁଯାୟୀ ଏଇ ରାସ୍ତାରେ ଗଲେ ଟିକେ ଅସୁବିଧା ରହିଛି । ଯଦି ଆପଣ ଓଡ଼ିଆ ରାସ୍ତାରେ ଖୋର୍ଦ୍ଧା ଯିବେ ତେବେ ଆପଣଙ୍କୁ ମାତ୍ର ୩୪ କିଲୋମିଟର ପଡ଼ିବ ।
ଆଉ ଯଦି ଇଂରାଜୀ ରାସ୍ତାରେ ଯିବେ ତେବେ ଆଉ ଅଧିକ ୧୦ କିଲୋମିଟର ଅର୍ଥାତ୍‌ ୪୩ କିଲୋମିଟର ଯିବାକୁ ହେବ ।
କଣ ଆଶ୍ଚର‌୍ୟ୍ୟ ଲାଗୁଛି ନା ? ଏକଥା ଆମେ କହୁନୁ, କହୁଛି ସେଠାରେ ଥିବା ସୂଚନା ଫଳକ । ଭଲ କରି ଏ ଫଟୋକୁ ଦେଖନ୍ତୁ ଓ କୁହନ୍ତୁ ଆମେ ଠିକ୍‌ କହୁଛୁ ନା ନାହିଁ । ପୂର୍ତ୍ତ ବିଭାଗକୁ ଅନୁରୋଧ ଟିକେ ଶୀଘ୍ର ଏହି ଭୁଲ ସୁଧାରି ଇଂରାଜୀ ରାସ୍ତାଟିକୁ ଠିକ୍‌ କରିଦେବେ ।