Odia News Portal

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଛି ବନ୍ଦେ ଉତ୍କଳ ଜନନୀ କାର‌୍ୟ୍ୟକ୍ରମ । ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ୧୧୭୨ଟି ସ୍କୁଲର ଲକ୍ଷାଧିକ ଛାତ୍ରଛାତ୍ରୀ ଏକାଠି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ପକ୍ଷରୁ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦିବ୍ୟବେଶ ଓ ଛପନଭୋଗ ପ୍ରଦର୍ଶନ କରାଯିବା ସହ ଉତ୍କଳ ଜନନୀଙ୍କ ବାଲୁକା ଚିତ୍ର କରାଯାଇଛି ।