Odia News Portal

ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦, ରାୟଗଡାରେ ୬୩, କଟକରେ ୩୫, ମାଲକାନଗିରିରେ ୩୦, ଗଜପତିରେ ୨୨, ବାଲେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୯, ବରଗଡରେ ୧୮, ବୌଦ୍ଧରେ ୮ ସୁସ୍ଥ ହୋଇଛନ୍ତି ।

ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ୭ ଜଣ ଲେଖାଏଁ, ସମ୍ବଲପୁରରେ ୫, ନବରଙ୍ଗପୁରରେ ୪, ସୁନ୍ଦରଗଡରେ ୩, ଅନୁଗୁଳ, ଯାଜପୁର ଓ ପୁରୀରେ ୨ ଜଣ ଲେଖାଏଁ, କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।