Odia News Portal

ବିଲରେ ପଡିଛି ମୁଣ୍ଡ ନଥିବା ମୃତଦେହ, ଗାଁ ଲେକେ ଆତଙ୍କତି

ସୋରଡା :  ବିଲରେ ପଡିଛି ମୁଣ୍ଡ ନଥିବା ମୃତ ଦେହ।  ଗାଁରେ ପଡିଛି ଚହଳ, କିଏ ଘଟାଇଛି  ଏଭଳି କାଣ୍ଡ । ଏହି ଘଟଣା ଦେଖିବାକୁ  ମିଳିଛି ଗଞ୍ଜାମ ବଡଗଡ ଏକଲପୁର ଗାଁରେ। ମୃତକ ଜଣକଙ୍କ ହେଉଛନ୍ତି  ସୋରଡା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ।

ମିଳିଥିବା ସୂଚନା  ମୁତାବକ ଯୁବକ ଜଣକ କେରଳରେ କାମ  କରନ୍ତି।  ଳକଡାଉନ ଯୋଗୁଁ ତିନିମାସ ତଳେ ଗାମକୁ ଫେରି ଆସିଥିଲେ । ଗତକାଲି  ରାତି ୮ ଟା  ବେଳେ  ଗ୍ରାମର କିଛି ଯୁବକଙ୍କ ସହିତ ବାଇକ ଯୋଗେ ଗାଁରୁ କେଉଁ ଆଡେ ଚାଲିଯାଇଥିଲେ। ଘରଲୋକ ବହୁଆଡେ ଖୋଜାଖୋଜି କରିଥିଲେ ଓ ମୋବାଇଲକୁ କଲ କରିଥିଲେ କିନ୍ତୁ ତାଙ୍କ ମୋବାଇଲ ନମ୍ବର ସ୍ବିଚ୍ ଅଫ୍ ଦର୍ଶାଇଥିଲା । ଆଜି ସକାଳୁ ହଠାତ୍ ପରିବାର ଲୋକଙ୍କୁ ନିଳାଞ୍ଚଳଙ୍କ ମୃ‌ତ୍ୟୁ ହୋଇଥିବାର ଖବର ମିଳିଥିଲା। ଖବର ପାଇ ପରିବାର ଲୋକ ଓ ଗ୍ରମାବାସୀ  ଘଟଣା  ସ୍ଥଳରେ ପହଞ୍ଚିବା ସହ  ପୋଲିସକୁ  ଖବର ଦେଇଥିଲେ।  ଖବର  ପାଇ ଆସିକା  ଏସଡିପିଓ ସୂର୍ଯ୍ୟମଣୀ  ପ୍ରଧାନ, ଗଞ୍ଜାମ ଏଏସପି ଠାକୁର ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  କରିଛନ୍ତି।  ଏଏସପି ଶ୍ରୀପାତ୍ର କହିଛନ୍ତି ସାଇଣ୍ଟିଫିକ୍ ଟିମ ଆସିବା ପରେ ଆମେ ଅତିଶୀଘ୍ର ହତ୍ୟାକାରୀକୁ ଧରିବୁ।