Odia News Portal

ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : ପୂର୍ବ ଶତ୍ରୁତାରୁ ତାଲା ପକାଇ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା  ଗିରଙ୍ଗ ଗାଁରେ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୨୦ ଦିନର ଶିଶୁ ସମେତ ପରିବାରର ୫ ଗୁରୁତର ହୋଇ ପଡ଼ିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗିରଙ୍ଗ ଗାଁର ଏକ ପରିବାର ସଦସ୍ୟ ଶୋଇଥିବା ବେଳେ  ଘରର ଉଭୟ ପଟରେ କିଛି ଦୁର୍ବୃତ୍ତ  ତାଲା ପକାଇ ଦେଇ ନିଆଁ ଲଗାଇ ଦେଇଥିଲେ।  ଘରେ ନିଆଁ ଲାଗିଥିବା  ଜାଣିପାରି ପରିବାର ଲୋକେ ବାହାରିବାକୁ ଚେଷ୍ଟା କରି ମଧ୍ୟ ବାହାରି ପାରି ନ ଥିଲେ। ଏହାପରେ ଚିତ୍କାର କରିବାରୁ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେମାନେ ସ୍କାଏ ଲାଇଟ୍ ଭାଙ୍ଗି ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ।

ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।