Odia News Portal

ଭୁବନେଶ୍ଵର ଏହି ଥାନାର ୬ କର୍ମଚାରୀଙ୍କୁ କରୋନା ପଜିଟିଭ, ସାନିଟାଇଜ୍ ପାଇଁ ଥାନା ବନ୍ଦ

ଭୁବନେଶ୍ବର : କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା। ସେଥିରୁ ୬ଜଣଙ୍କ ପଜିଟିଭ ଆସିଛି । ଏହି ୬ ଜଣ କର୍ମଚାରୀ ସେମାନଙ୍କ ପରିବାର ସହ ରହୁଥିଲେ । ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ସେପଟେ କମିଶରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସ୍‌ରଙ୍କ ପିଏ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।