Odia News Portal

ଆଜି କଟକ ସହରରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୮୯କୁ ବୃଦ୍ଧି ପାଇଛି । ଏଯାବତ ସହରରେ ୭୦୮ ଟି ଆକ୍ଟିଭ କେଶ ଥିବା ବେଳେ ୬୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ୧୦ଙ୍କ ପ୍ରାଣ ଯାଇଥିବା ଜଣାଯାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୨୪ ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୧୦ଟି ଲୋକାଲ କେଶ ଥିବା ନେଇ ରିପୋର୍ଟ ଆସିଛି । ଏମଧ୍ୟରୁ ୧୧ ଜଣ ସଙ୍ଗାରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯ ଜଣ ପୂର୍ବରୁ ହୋମ କ୍ଵାରେଣ୍ଟିଂନ ଥିଲେ ।

କହିରଖିବା ଉଚିତ ହେବଯେ ଆଜି ସକାଳେ କଟକ ଜିଲ୍ଲାରୁ ୧୦୫ ଜଣ ଟି ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୬୪ ଜଣ ହେଉଛନ୍ତି କଟକ ସହରର । କଣ୍ଟେନ ମେଣ୍ଟ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ମାଲ ଗୋଦାମ ଅଞ୍ଚଳରୁ ୨୪ ଜଣ ଅଛନ୍ତି ।