ଭୁବନେଶ୍ବର: ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୪ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ସ୍ବତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ଅଧିବେଶନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଯେହେତୁ ଏହି ସରକାରଙ୍କ ଶେଷ ଅଧିବେଶନ ତେଣୁ ବିରୋଧୀମାନେ ଏହି ଅଧିବେଶ କାଳରେ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିବେ । ସରକାର ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି । ଏହି ସବୁ ଘୋଷଣା ବାବଦରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଜବାବ ମାଗିବ । ଅପରପକ୍ଷରେ ନିର୍ବାଚନ ସରି ନୂଆ ସରକାର ଗଠନ ହେଲା ବେଳକୁ ମେ ମାସ ହୋଇଯାଇଥିବ । ତେଣୁ ସରକାର କେବଳ ଆଗାମୀ ତିନି ମାସ ପାଇଁ ହିଁ ଏହି ଅଧିବେଶନ ବେଳେ ବଜେଟ୍ ଆଗତ କରିପାରିନ୍ତି ।
