Odia News Portal

ସ୍ବାଧୀନତା ଦିବସରେ ଅଘଟଣ : ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର : ସ୍ବାଧୀନତା ଦିବସରେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ତୁଳଙ୍ଗ ଗାଁରେ। ମିଳିଥବା  ସୂଚନା ଅନୁସାରେ କୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା  ଆୟୂଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ସାଙ୍ଗ ହୋଇ ଆଜି  ସକାଳେ ଟ୍ୟୁସନକୁ ଯାଇଥିଲେ।  ଫେରିବା ବାଟରେ ଆୟୂଷଙ୍କୁ  ଶୌଚ ଲାଗିବାରୁ ଗାଁ ନିକଟରେ ଥିବା ପେଖରୀକୁ ଯାଇଥିଲେ। କିନ୍ତ ପୋଖରୀରେ ତାଙ୍କ ଗୋଡ ସେ ପେଖରୀରେ ବୁଡି ଯାଇଥିଲେ । ଏହାକୁ ଦେଖି ପ୍ରତ୍ୟୁଷ ତାଙ୍କୁ ଉଦ୍ଧାର କରିବାକୁ କରିବାକୁ ଯିବା ବେଳେ ପ୍ରତ୍ୟୁଷ ମଧ୍ୟ ପୋଖରୀର ବୁଡି ଯାଇଥିଲେ।

ଦୁଇ ସାଙ୍ଗ ବୁଡି ଯାଉଥିବାର ଦେଖି ଗ୍ରାମବାସୀ ମାନେ ଉଭୟ ସାଙ୍ଗକୁ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇଥିଲେ।   ଖବର ପାଇ ପରିବାର ଲୋକ ପ୍ରଥମେ ଏରସମା ଓ ପରେ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।  ଯେହେତୁ ଏହି ଦୁଇଜଣ ନିଜ ବାପାମାଙ୍କ ଏକ ମାତ୍ର ସନ୍ତାନ ଥିଲେ ତେଣୁ  ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।