Odia News Portal

ଗ୍ୟାସ୍‌ ସିଲିଣ୍ଡର ଫାଟି ୧୦ ବଖରା ଘର ଜଳିଗଲା

ଟାଙ୍ଗୀ : ଖୋରଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୪ ପରିବାରର ସର୍ବସ୍ୱାନ୍ତ ହୋଇଛନ୍ତି । ଆଜି ରାତି ୮ଟା ବେଳେ ଟାଙ୍କୁଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଚାଳକୁ ନିଆଁ ଧରି ଦେଲା ।

ଚାହୁଁ ଚାହୁଁ ପାଖ ପଡୋଶୀ ପନ୍ଧାରୀ ମହାରଣାଙ୍କ ୧୦ ବଖରା ଘର ସଂପୂର୍ଣ ପୋଡି ଜଳି ପାଉଁଶ ହୋଇଗଲା। ଫଳରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଓ ରଣପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି ।