Odia News Portal

ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ ପୁରସ୍କାର ମିଳିବ : ସାକ୍ଷୀ ମଲ୍ଲିକ

ଖେଳ ମନ୍ତ୍ରଣାଳୟ ପୂର୍ବ ଖେଳ ରତ୍ନ ବିଜେତା ସାକ୍ଷୀ ମଲ୍ଲିକ ଏବଂ ମୀରାବାଈ ଚାନୁ ଅର୍ଜୁନ ପୁରସ୍କାର ଦେବାକୁ ମନା କରିବାର ଗୋଟେ ଦିନ ପରେ ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ମୁହଁ ଖୋଲିଛନ୍ତି। ସାକ୍ଷୀ ମୋଦିଙ୍କୁ ଟ୍ଵିଟ କରି କହିଛନ୍ତି, ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ ପୁରସ୍କାର ମିଳିବ। ସାକ୍ଷୀ ରିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ, ଯେଉଁଥିପାଇଁ ତାଙ୍କୁ ୨୦୧୬ରେ ଖେଳ ରତ୍ନ ଆଓ୍ଵାର୍ଡ ମିଳିଥିଲା।

ଖେଳ ମନ୍ତ୍ରଣାଳୟର ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନ ହୋଇ ସାକ୍ଷୀ ମୋଦି ଏବଂ ଖେଳ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ନିଜ କ୍ୟାରିଅରରେ କେବେ ଅର୍ଜୁନ ପୁରସ୍କାର ଜିତିବେ ବୋଲି କହିଛନ୍ତି। ସାକ୍ଷୀ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ଖେଳରତ୍ନରେ ସମ୍ମାନିତ ହୋଇ ନିଜକୁ ଗର୍ବିତ। ପ୍ରତ୍ୟେକ ଖେଳାଳିର ସ୍ୱପ୍ନ ଥାଏ କି, ସେ ନିଜ କ୍ୟାରିଅର ମଧ୍ୟରେ ସବୁ ଆଓ୍ଵାର୍ଡ ଜିତୁ। ମୋର ମଧ୍ୟ ଏପରି ସ୍ୱପ୍ନ ରହିଛି। ମୋତେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ଆଉ ଦେଶ ପାଇଁ କେଉଁ ପଦକ ଜିତିବାକୁ ହେବ ବୋଲି ପ୍ରଶ୍ନ କରିଛନ୍ତି।

ସାକ୍ଷୀ ୨୦୧୭ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ଏବଂ ଏସିଆଇ କୁସ୍ତି ଚାମ୍ପିଅନସିପରେ ରୂପା ପତକ ଜିତିଥିଲେ। ଏହାଛଡା ୨୦୧୮ରେ କମନେଓ୍ଵଲଥ ଗେମ୍‌ରେ ମଧ୍ୟ ବ୍ରୋଞ୍ଚ ପଦକ ଜିତିଥିଲେ।