Odia News Portal

ଭୁଶୁଡ଼ି ପଡିଲା ୫ ମହଲା କୋଠା !

ମୁମ୍ୱାଇ :  ୫ ମହଲା କୋଠା ଭୁଶୁଡ଼ି ପଡ଼ିଲା । ସୋମବାର ଦିନ  ମହାରାଷ୍ଟ୍ରର  ରାୟଗଡ଼ ଜିଲ୍ଲା ସ୍ଥିତ ମହଡ ସହରରେ ଏହି ଘଟଣାଟି ଘଟିଛି । ସୂଚନା ମୁତାବକ, ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିବା ବେଳେ ଏହି ଭଙ୍ଗା କୋଠା ତଳେ ପାଖାପାଖି ୫୦ ଜଣ ଚାପି ହୋଇ ରହିଥିବାର କୁହାଯାଉଛି ।

ଉକ୍ତ କୋଠାଟି ୧୦ ବର୍ଷର ପୁରୁଣା ବୋଲି କୁହାଯାଉଛି । ଖବର ପାଇ ପୁନେରୁ ଏନଡିଆରଏଫ୍‌  ଟିମ୍‌ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।