Odia News Portal

ମହିଳା ରେସଲର ଭିନେଶ ଫୋଗଟ କରୋନା

ନୂଆଦିଲ୍ଲୀ : ଭାରତର ସଫଳ ମହିଳା ରେସଲର ଭିନେଶ ଫୋଗଟ କରୋନା ସଂକ୍ରମିତ ହୋଇଛନ୍ତି। ଚଳିତ ବର୍ଷ ଭିନେଶଙ୍କୁ ସମ୍ମାନ ଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଆଜି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ନିୟମ ଅନୁଯାୟୀ ପୁରସ୍କାର ପୂର୍ବରୁ ତାଙ୍କୁ କୋଭିଡ୍‌-୧୯ ଟେଷ୍ଟ କରିବାକୁ ପଡ଼ିଥିଲା । ରିପୋର୍ଟ ପଜିଟିଭ ବାହାରିବା ପରେ ଭିନେଶ ଘରେ ରହିଛନ୍ତି। ଆଜି ତାଙ୍କ ପରିବାର ସବୁସଦସ୍ୟଙ୍କ କୋଭିଡ୍‌ ଟେଷ୍ଟ କରାଯିବ । ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ଭିନେଶ ପ୍ରକାଶ କରିଛନ୍ତି ।