Odia News Portal

ଅନଲକ୍ ୪ ଗାଇଡ୍‌ ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଅନଲକ୍‌ -୪ ଗାଇଡ୍‌ ଲାଇନ୍ ଜାରି କଲା କେନ୍ଦ୍ର  । ସେପ୍ଟେମ୍ବର ୩୦ ଯାଏ ବଳବତ୍ତର ରହିବ ଅନ୍‌ଲକ୍‌-୪ର ନିର୍ଦେଶାବଳୀ ।

ସ୍କୁଲ, କଲେଜ କୋଚିଂ ସେଣ୍ଟର ବନ୍ଦ ରହିବ । ସେପ୍ଟେମ୍ୱର ୭ରୁ ଚଳାଚଳ କରିବ ମେଟ୍ରୋ ଟ୍ରେନ୍‌ ।  ଅନ୍‌ ଲାଇନ୍ ଶିକ୍ଷା ଜାରି ରହିବ ଏବଂ ସ୍କୁଲରେ ଉପସ୍ଥିତ ରହିବେ ୫୦ ପ୍ରତିଶତ ଷ୍ଟାଫ୍ ।

କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ , ସାଂସ୍କୃତିକ ଓ ଧାର୍ମିକ  ସଭାକୁ ଅନୁମତି । ଧାର୍ମିକ ସଭାରେ ରହିପାରିବେ ୧୦୦ ଜଣ ଲୋକ। ବନ୍ଦ ରହିବ ସିନେମା ହଲ ,ସୁଇମିଂ ପୁଲ୍ , ଏଣ୍ଟରଟେନମେଣ୍ଟ ପାର୍କ ଓ ଥିଏଟର । ଆନ୍ତଃରାଜ୍ୟ ଯାତାୟାତକୁ ଅନୁମତି ମିଳିଲା । ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ଅନୁମତିର ଆବଶ୍ୟକତା ନାହିଁ । ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ରିସର୍ଚ୍ଚ ଲ୍ୟାବ୍‌କୁ ମିଳିବ ଅନୁମତି । ଓପେନ୍‌ ଥିଏଟର କାର୍ଯ୍ୟକ୍ରମକୁ ମିଳିବ ଅନୁମତି ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଶିକ୍ଷକଙ୍କ ଠାରୁ ପାଠ ବୁଝିବାକୁ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ । ଏଥିପାଇଁ ବାପା-ମାଙ୍କ ଠାରୁ ଅନୁମତି ନେବେ ।

ITI , NSTI ତାଲିମ୍‌ ଶିକ୍ଷାନୁଷ୍ଠାନକୁ ଅନୁମତି ।