Odia News Portal

ଆଜି ପୁଣି ୧୨ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ଜଣେ, କଟକରୁ ଜଣେ, ଯାଜପୁରରୁ ଜଣେ, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡା, ସୁନ୍ଦରଗଡରୁ ଜଣେ ଲେଖାଏଁ ଥିବା ଜଣାଯାଇଛି ।

– ରାଜଧାନୀ ଭୁବନେଶ୍ୱରରୁ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଓ ହାଇ ପରଟେନସନରେ ଆକ୍ରାନ୍ତ ଥିଲେ ।

– କଟକର ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ବି କରୋନାରେ ଯାଇଥିବା ଜଣାଯାଇଛି । ସେ ମଧ୍ୟ ପୂର୍ବରୁ ମଧୁମେହ ଓ ଉଚ୍ହାରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

– ସେପଟେ ଗଂଜାମର ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବି କରୋନାରେ ଯାଇଛି ।

– ଗଂଜାମର ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବି କରୋନାରେ ହୋଇଛି ।

– ଗଂଜାମର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ହାଇପରଟେନସନ, ହାଇପର ଥ୍ରୀୟୋ ଜମ ପରି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ।

– ସେହି ଗଂଜାମର ଜଣେ ୫୦ ବର୍ଷ ବୟସ୍କ ମୃତ୍ୟୁ ହୋଇଛି ।

– ଯାଜପୁରର ଜଣେ ୬୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ବି ହୋଇଛି । ସେ ପୂର୍ବରୁ ଡାଇବେଟିସରେ ଆକ୍ରାନ୍ତ ଥିଲେ ।

-ମାଲକାନଗିରିର ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ କରୋନାରେ ଯାଇଛି ।