Odia News Portal

ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ରେକର୍ଡ କଲା ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ  ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି ।  ଆଜି ଭୁବନେଶ୍ୱରରେ ୨୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ବିଏମସି ତରଫରୁ ଏହି ସୂଚନା ଦିଆଯାଇଛି।

ବିଏମ୍‌ସି  ସୂଚନା ଅନୁସାରେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୦ ହଜାର ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।    ଏଥିରୁ ୬ ହଜାର ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ବର୍ତ୍ତମାନ  ୩ ହଜାର ୯୧୦ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମସି ତରଫରୁ ସୂଚନା ମିଳିଛି