Odia News Portal

ଗଞ୍ଜେଇ କାରବାରକୁ ନେଇ ଜାତୀୟ ସ୍ତରରେ ଓଡିଶା ନିନ୍ଦିତ

ଭୁବନେଶ୍ୱର : ଦେଶରେ ଚର୍ଚ୍ଚାର ଶିରୋନାମ ପାଲଟିଥିବା ରିୟା ଚକ୍ରବର୍ତ୍ତୀ ମାମଲାରେ ଗଞ୍ଜେଇ ସେବନର ଚେର ଭୁବନେଶ୍ୱର ଯାଏ ଲମ୍ବିଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଥିବାବେଳେ ରାଜଧାନୀର ଅବକାରୀ ବିଭାଗ କିନ୍ତୁ ଏକ ପ୍ରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ସହରର ପ୍ରମୁଖ ସ୍ଥାନରୁ ଆରମ୍ଭକରି ଗଳିକନ୍ଦିଯାଏ ଯେଭଳି ନିଶା ବେପାର ଚାଲିଛି ତାହାକୁ ଦେଖିଲାପରେ ଏବେ ରିୟାଙ୍କ ଚର୍ଚ୍ଚା ସତ ବୋଲି ଅନେକ କହିବା ଆରମ୍ଭ କଲେଣି । ଭୁବନେଶ୍ୱରର ଆସି ରିୟା ଗଞ୍ଜେଇ ଚାଣିଥିବା କଥା ସାରା ଦେଶରେ ଚହଳ ପକାଇବାପରେ ରାଜ୍ୟ ରାଜଧାନୀ ଗଞ୍ଜେଇ କାରବାରର ପେଣ୍ଠସ୍ଥଳ ବୋଲି ଦେଶବାସୀ ଜାଣିଲେଣି । ଆଉ କିଛି ହେଉ କି ନହେଉ ଉତ୍କୃଷ୍ଟମାନର ଗଞ୍ଜେଇ ପାଇଁ ଭୁବନେଶ୍ୱରର ନାଁ ଏବେ ଚର୍ଚ୍ଚାରେ । ତେବେ ଭୁବନେଶ୍ୱରରେ ଗଞ୍ଜେଇ କାରବାର ଯେଭଳି ଭାବରେ ଚାଲିଛି ଆଗାମୀ ଦିନରେ ଦେଶର ଅନ୍ୟ ପ୍ରାନ୍ତରୁ ଗଞ୍ଜେଇ ଅଭିଯୋଗ ଆସେି ଲ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।ରାଜଧାନୀର ଚାରିଆଡେ ଏବେ ଗଞ୍ଜେଇ ଧୂଆଁର ବାସ୍ନା । କରୋନା କାଳରେ ବେପାର ଟିକେ ଅଧିକ ବଢିଛି । ମଦ ଦୋକାନ ବନ୍ଦ ରହିବା ଯୋଗୁଁ ନିଶାଡିମାନେ ସହଜରେ ଗଞ୍ଜେଇ ଟାଣିବାରେ ଲାଗଛି ନ୍ତି । ଏହି ନିଶା ବି ହାତ ପାଆନ୍ତାରେ ମିଳିଯାଉଛି ।

ନୟାଗଡ, କନ୍ଧମାଳ, ଅନୁଗୁଳ ଆଦି ଆଦି ସ୍ଥାନରୁ ଦୈନିକ ବସ୍ତା ବସ୍ତା ଗଞ୍ଜେଇ ଭୁବନେଶ୍ୱରକୁ ଆସୁଛି । କିଛି ପୁଡିଆ ହୋଇ ବିକ୍ରି
ହେଉଥିବାବେଳେ ଆଉ କିଛି ସିଗାରେଟ ଭିତରେ ପଶି ବିକ୍ରି ହେଉଛି । ରାଜଧାନୀର ବିଭିନ୍ନ ବସ୍ତିରେ ଚାଲିଛି ଗଞ୍ଜେଇ
ସିଗାରେଟର କୁଟୀରଶିଳ୍ପ । ଅତୀତରେ କିଛି ଚଢାଉବେଳେ ଏଭଳି ସାମଗ୍ରୀ ସହିତ ଲୋକେ ଧରାପଡିଥିଲେ । ତେବେ ରାଜଧାନୀରେ ଗଞ୍ଜେଇ କାରବାର କିଭଳି ଚାଲିଛି ତାହା ଦେଖିବାପାଇଁ ସହରର ଅନ୍ୟ କୌଣସି ସ୍ଥାନ ନୁହେଁ, ରାଜଭବନ ଠାରୁ କେଇହାତ ଦୂରରେ ଥିବା ଛଅ ନମ୍ବରର କାଳୀମନ୍ଦିର ପାଖକୁ ଗଲେ ଯେ କେହି ଦେଖିପାରିବ । ଏହି ଅଞ୍ଚଳରେ ଥିବା ଏକାଧିକ ଦୋକାନରେ ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶାର ବେଧଡକ ବେପାର ଚାଲିଛି । ସକାଳୁ ରାତିଯାଏ ଯୁବକମାନେ ଦଳ ଦଳ ହୋଇ ଆସି ଗଞ୍ଜେଇ ଟାଣୁଛନ୍ତି । ଗଞ୍ଜେଇ ବେପାରୀଙ୍କ ସଂଖ୍ୟା ବି ଏକ ରୁ ବଢି ୮ ଛୁଇଁଲାଣି । ତେବେ ଅଧିକାଂଶ ଗଞ୍ଜେଇ ବିକ୍ରେତା ହେଉଛନ୍ତି ମହିଳା ।

ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ ଅବକାରୀ ବିଭାଗ ଠାରୁ ଆରମ୍ଭକରି ପୁଲିସ୍‍ ବାବୁମାନେ ସବୁ ଜାଣିଛନ୍ତି ଓ ଦେଖୁଛନ୍ତି ବି । କାରଣ କାଳିମନ୍ଦିରର ଆଖପାଖରେ ଗଣ୍ଡା ଗଣ୍ଡା ପୁଲିସ୍‍ ଅଧିକାରୀ ଥିବାବେଳେ କେଇ ହାତ ଦୂରରେ ରାଜ୍ୟ ପ୍ରଶାସନର ବରିଷ୍ଠ ମନ୍ତ୍ରୀ ଓ ଆଇଏଏସ୍‍, ଆଇପିଏସ୍‍ ଅଧିକାରୀମାନଙ୍କ କ୍ୱାଟର୍ସ ରହିଛି । ତେବେ ରାଜଧାନୀରେ ଥିବା ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଗଞ୍ଜେଇ ବେପାରୀମାନେ ଅଧିକ ସକ୍ରିୟ ହୋଇଛନ୍ତି । ଅବକାରୀ ବିଭାଗର ବାବୁମାନେ ଗଞ୍ଜେଇ ବେପାରୀଙ୍କ ସହିତ ମଇତ୍ର ବସିଥିବା ନେଇ ଲୋକେ ପରିହାସ ଛଳରେ କହିଲେଣି । ଅବସ୍ଥା ଯାହା ହେଲାଣି ଗଞ୍ଜେଇ ବେକାରୀ ଓ ଗଞ୍ଜଡଙ୍କୁ ଯଦି ରାଜଧାନୀରେ ସାବାଡ କରାନଯାଏ ତେବେ ଦେଶର ଅନ୍ୟାନ୍ୟ ସ୍ଥାନରେ ଓଡିଶା ଗଞ୍ଜେଇର ସୁନାମ ଶୁଣିବାକୁ ବେଶିଦିନ ଲାଗିବନାହିଁ ।ସେତେବେଳେ ରାଜ୍ୟ ସରକାର ଯେତେ ଭଲ କାମ କଲେ ବି ନିଶା କାରବାର ତାହା ଉପରେ କାଳିଦାଗ ବୋଳିଦେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।