Odia News Portal

ଦେବଦୂତ ସାଜିଲେ ଅଗ୍ନିଶମ ଅଧିକାରୀ

ସମ୍ବଲପୁର : ଦେବଦୂତ ସାଜିଲେ ଅଗ୍ନିଶମ ଅଧିକାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନୁପାଲି ଅନ୍ତର୍ଗତ ତୁରୀପଡା ଅଂଚଳରେ । ସହରକୁ ପଛୁଆ ପାଣି ପ୍ରବେଶ କରୁଥିବା ଫଳରେ ସହରର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିଲା । ତେବେ ସହରର ତୁରୀପଡାରେ କିଛି ଘର ଜଳବନ୍ଦୀ ହୋଇ ରହିଯିବା ଫଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

ଠିକ୍ ଏହି ସମୟରେ ଜଣେ ଛୋଟ ଛୁଆକୁ ଅଗ୍ନିଶମ ବିଭାଗର କର୍ମଚାରୀ ତାଙ୍କ କାନ୍ଧରେ ବସାଇ ବନ୍ଯାଂଚଳରୁ ସୁରକ୍ଷିତ ଘରୁ ବାହାରକୁ ଆଣିଥିଲେ । ଏହି ଭିଡ଼ିଓ ଭାଇରଲ ହେବା ପରେ ଅଗ୍ନିଶମ କର୍ମଚାରୀଙ୍କ ଏହି ସାହସିକ କାମ ପାଇଁ ଲୋକେ ପ୍ରଶଂସା କରିଛନ୍ତି ।