Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ
ଆଜି ବନ୍ଧୁମାନଙ୍କ ସହ ନୂତନ ପ୍ରକଳ୍ପ ସକାଶେ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ,ଦୂରଯାତ୍ରା ଓ ପ୍ରତିଦ୍ୱନ୍ଦିତାର ସାମନା କରିବା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ,ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।

ବୃଷ
ଆକସ୍ମିକ ପରିବାରର ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ନିର୍ମାଣାଧୀନ କାର୍ଯ୍ୟ, ଜମିଜମା.ଆଲୋଚନା,ବନ୍ଧୁ ସମ୍ପର୍କରେ କିଛିଟା ଝଟ୍‌କା ଲାଗିପାରେ।

ମିଥୁନ
ଆପଣ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ। କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ନିଁଆ ପ୍ରତି ସାବଧାନ ରହିବା ବିଧେୟ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଅନାମନ୍ତ୍ରିତ ଭାବରେ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।

କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟା ଗୁଡିକ ତୁଟି
ଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ହିତୈଷୀ ମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ।

ସି˚ହ
ଆପଣଙ୍କ ଭୂଲ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅବଶ୍ୟ ରାଜନୈତିକ ସ୍ତରରେ ,ପ୍ରଶାସନିକ କ୍ଷେତ୍ର ପାଇଁ ,ସଂଗଠନ ସକାଶେ ଦିନଟି ବହୁତ ଭଲ। ବିବାଦୀୟ ଘଟଣାରେ ବିଜୟ ଲାଭ କାରଣରୁ ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ।

କନ୍ୟା
ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣ ଆଦୈା ତରବରିଆ ହୋଇ କୈାଣସି କାମ କରନ୍ତୁ ନାହିଁ। ତଥାପି ହିତୈଷୀ ମାନଙ୍କ ସାହାଯ୍ୟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ପାରିପାଶ୍ୱିକ କେତେକ ବ୍ୟତିକ୍ରମ ଜନିତ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ।

ତୁଳା
ଗତକାଲି ଠାରୁ ମନରେ ଭାବୁଥିବା କଥାଟି ଆଜିହିଁ ବାସ୍ତବରେ ପରିଣତ ହେବ। ଖଳ ଲୋକ ମାନଙ୍କ ଦ୍ୱାରା ପ୍ରଚାରିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଯାତ୍ରା, ପ୍ରଶାସନ,କଳା , ସାହିତ୍ୟ, ସାମ୍ବାଦିତା କ୍ଷେତ୍ରରୁ ଉଚ୍ଚ ପ୍ରଶଂସିତ ହେବେ।

ବିଛା
ଅବସାଦଗ୍ରସ୍ଥ ମନରେ ବନ୍ଧୁ ମାନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ଆଜିର କର୍ମକ୍ଷେତ୍ରରେ ରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପରିବାରର ଆବଶ୍ୟକତା ଅନୁଯାୟୀ କୈାଣସି ମୂଲ୍ୟବାନ ଜିନିଷ ଘରକୁ ଆଣିପାରନ୍ତି। ବିଭିନ୍ନ ପ୍ରତିବନ୍ଧକ ମଧ୍ୟଦେଇ ଗତି କରିବେ।

ଧନୁ
ଆଜି ଆପଣଙ୍କୁ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି। କିନ୍ତୁ ସ୍ବକୀୟ ଉଦ୍ୟମ ଓ ଆପୋଷ ଆଲୋଚନା ସଙ୍ଗକୁ ପାରସ୍ପରିକ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡିପାରେ ।

ମକର
ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ପରିବହନରେ ସମସ୍ୟା ଦୂର ହେବ।

କୁମ୍ଭ
କର୍ମକ୍ଷେତ୍ରରେ ଟିକିଏ ଜୋର୍‌ ଦେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୁତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଜମା ଭଲ ସମ୍ପର୍କ ନଥିବା ବ୍ୟକ୍ତି ମାନଙ୍କ ତରଫରୁ ସମସ୍ୟା ଆସିପାରେ। ଆାଜିର ଭ୍ରମଣ ବେଶ୍‌ ଆନନ୍ଦ ଦାୟକ ହେବ।

ମୀନ
ମନରେ ଶାନ୍ତି ନଥିଲେ ମଧ୍ୟ କାମ ଗୁଡିକ ସାଧନ କରିବା କ୍ଷେତ୍ରରେ କୈାଣସି ଅସୁବିଧା ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ବିବାଦୀୟ ପରିସ୍ଥିତିରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବା ଭଲ ହେବ।