ବାରିପଦା : ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଗିରଫ । ବିଧାୟକଙ୍କୁ ଗିରଫ କଲା ଟାଉନ୍ ଥାନା ପୁଲିସ୍ । ଆଇଟିଡିଏ ଯନ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି। ଗିରଫ ପରେ ବିଧାୟକଙ୍କୁ କୋର୍ଟ ଚାଲାଣ ହୋଇଛି ।
ସେପଟେ ବାରିପଦା ଟାଉନ ଥାନା ଆଗରେ ବିଧାୟକଙ୍କ ସମର୍ଥକ ଧାରଣା ଦେଇଛନ୍ତି। ବିଜେପି ବିଧାୟକ ପ୍ରକାଶ ସୋରେନ ଓ ସହଯୋଗୀଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି ସମର୍ଥକ।
ମୟୂରଭଞ୍ଜ ITDA ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ଘଟଣାରେ ଉଭୟ ଅଟକ ଅଛନ୍ତି।