Odia News Portal

ସାହାଯ୍ୟ କରିବାର ଭରସା ଦେଇ ଡାକି ନେଇଥିଲେ ଅଭିଯୁକ୍ତ

ରାଉରକେଲା : କାର୍‌ ଭିତରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ । ରାଉରକେଲା ରଘୁନାଥପଲ୍ଲୀ ଥାନାରେ ଏନେଇ  ଅଭିଯୋଗ  ହୋଇଛି । ଘଟଣାରେ ଛାନ୍‌ଭିନ୍‌ କରି ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ।

ସୂଚନା ମୁତାବିକ,  ଗତ ୩ ତାରିଖ ଦିନ ସନ୍ଧ୍ୟା ସମୟରେ ମହିଳା ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ରୁ ଘରକୁ ଯିବା ପାଇଁ ଅଟୋର ଅପେକ୍ଷା କରିଥିଲେ । କିନ୍ତୁ ଅଟୋ ଆସିବା ପରିବର୍ତ୍ତେ ଏକ କାର୍‌ ଚାଳକ ଆସି ଘରେ ଛାଡିଦେବାକୁ କହିଥିଲେ । ମହିଳାଙ୍କ ଜଣଙ୍କ ଏହାଶୁଣି କାର୍‌ରେ ବସିଥିଲେ । ଘରେ ଛାଡି ଦେବାକୁ କହି ରାଜଗାଙ୍ଗପୁର ଗେଟ୍‌ରୁ ପାଖାପାଖି ୫୦୦ମିଟର ଦୂରରେ ଥିବା ଏକ ନିଛାଟିଆ ଜାଗା ଦେଖି ଗାଡି ଅଟକାଇଥିଲେ । ମହିଳାଜଣଙ୍କ ଗାଡି କ’ଣ ଅଟକାଇଲ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ନିଛାଟିଆ ଜାଗା ଦେଖି ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିବା ରଘୁନାଥପଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସେହିପରି ଅଭିଯୁକ୍ତକୁ ଅଟକ ରଖି ପଚାଉରଚରା କରୁଥିବା ସୂଚନା ରହିଛି ।