Odia News Portal

ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଦେବୀଙ୍କ ପାଖରେ ୧୦୮ ଦୀପଦାନ

ଚିଲିକା: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଦେବୀଙ୍କ ପାଖରେ ୧୦୮ ଦୀପଦାନ କରାଯାଇଛି।

ରାମଚନ୍ଦ୍ର ପ୍ରଧାନ, ବ୍ରଜ ମହାରଣା, ଜୟ ବେହେରା, ଶିବାରାମ ବେହେରା, ଜୟଦେବ ନାୟକ ପ୍ରମୁଖ ଶତାଧିକ ଲୋକ ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସନ୍ତୋଷଜନକ ରହିଛି ଓ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିପାରିବା ନେଇ ସୂଚନା ରହିଛି।