Odia News Portal

ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବରମୁଣ୍ଡା ପଡିଆରେ ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯  ମହୋତ୍ସବ ଶୁଭାରମ୍ଭ  ହୋଇଛି । କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ ସରକାର ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡିଆରେ ଏହି କୃଷି ମହୋତ୍ସବର ଆୟୋଜନ କରିଛନ୍ତି  । ଅତ୍ୟାଧୁନିକ ଯନ୍ତ୍ରପାତି ସହ ବିଭିନ୍ନ କୌଶଳକୁ ଆପଣେଇ ଚାଷୀ କିପରି ଅଧିକ ଆୟ କରିପାରିବ ସେହି ଦିଗରେ ଏହି ମହୋତ୍ସବରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ।
ଆଜି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ।  ଏଥିରେ କୃଷି ମନ୍ତ୍ରୀ ଶଶିଭୁଷଣ ବେହେରାଙ୍କ ସହ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଛନ୍ତି । ପାଂଚଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଲୋଚନା ଚକ୍ର ହେବା ସହ କୃଷକ – ବୈଜ୍ଞାନିକମାନଙ୍କ ମଧ୍ୟରେ ଭାବ ବିନିମୟ ହେବ । ଅଗ୍ରଣୀ ଓ କୃଷିରେ ଭଲ ଆୟ କରିଥିବା  କୃଷକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ବର୍ଧିତ କରାଯିବ । ପାଂଚଦିନ ଧରି ଆୟୋଜିତ ହୋଇଥିବା କୃଷି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ମହୋତ୍ସବ ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଜୈବିକ କୃଷି, ସାମୁଦ୍ରିକ ମଧୁର ମାଛର ପ୍ରକ୍ରିୟା କରଣ ସହ କୃଷିରେ ମହିଳାଙ୍କ ଭୂମିକା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରାଯିବ ।