Odia News Portal

ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ଏତଲା

ସୁନ୍ଦରଗଡ : ପୋଲିସ ଅଧିକାରୀଙ୍କ ନାଁରେ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ। ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ଏତଲା। ଏସପିଙ୍କ ମାଡ଼ରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ହେମଗିରି ଥାନାରେ ଏସପିଙ୍କ ନାଁରେ ରୁଜୁ ହୋଇଛି ମାମଲା।

ଅଭିଯୋଗ ହୋଇଛି, ଗତ ଜୁଲାଇ ୪ ତାରିଖରେ ହେମଗିରି ଥାନା କନିକା ଅଞ୍ଚଳର ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଉତ୍ୟକ୍ତ ଲୋକ ଫାଣ୍ଡି ଘେରାଉ ସହ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଏହି ଘଟଣାରେ ଅଭିଯୋଗକାରିଣୀ ମହିଳାଙ୍କ ସ୍ୱାମୀଙ୍କୁ ଧରିବାକୁ ତାଙ୍କ ଘରକୁ ଯାଇଥିଲେ ଏସ୍ପି। ସେତେବେଳେ ମହିଳାଙ୍କୁ ମାଡ଼ ମାରିବାରୁ ତାଙ୍କର ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା। ହେମଗିରି ଥାନା ପୋଲିସ ତାଙ୍କ ଏତଲାକୁ ନରଖିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା।