ଭୁବନେଶ୍ୱର :ଆଜି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଲ ପକ୍ଷ ଦଶମୀରେ ପାଳିତ ହୁଏ ଓଡ଼ିଶାର ଏହି ମହାନ ପର୍ବ। ମାଆମାନେ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତି। କିମ୍ୱଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ। କୋଣାର୍କରେ ବାର ବର୍ଷ ସୂର୍ଯ୍ୟ ପୂଜା କରିବା ପରେ ସେ ରୋଗମୁକ୍ତ ହୋଇଥିଲେ। ଶାମ୍ବ ଦଶମୀ ବ୍ରତ କଥାରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଏହି ଦିନ ବିଭିନ୍ନ ପନିପରିବାରେ ପ୍ରସ୍ତୁତ ଘଡ଼ଘଡ଼ି ତରକାରୀ ଭୋଗ ଲଗାଯାଏ।
